ସର୍ବସିଦ୍ଧିର ଅଧିପତି 


     ସଂସାରର ସମସ୍ତ ହଳାହଳ ଓ ନେତିବାଚକ ବିଷକୁ ଗ୍ରହଣ କରି ସେ ନୀଳକଣ୍ଠ ହୁଅନ୍ତି । ସେ ଭୂତନାଥ, ଭୂତେଶ ଓ ଭୂତଭାବନ । ଭୂତମାନେ ପ୍ରେତ ବା ଅଶରୀରୀ ଆତ୍ମା ନୁହେଁ । ଭୂତମାନେ ଯାହାକିଛି ହୋଇଅଛି, ସ୍ଥାବର ଜଙ୍ଗମ, ସମସ୍ତ କିଛିର ସେ ନାଥ । ମହାଦେବଙ୍କର ଦୁଇ ଅନୁଚର ବା ଶକ୍ତି - ନନ୍ଦୀ ଓ ଭୃଙ୍ଗୀ ରହିଛନ୍ତି । ନନ୍ଦୀ ଶବ୍ଦର ଉତ୍ପତ୍ତି ନନ୍ଦ ଧାତୁ ଠାରୁ, ମାନେ ଆନନ୍ଦ ଏବଂ ଭୃଙ୍ଗୀ ଆସିଛି ଭୃ ଧାତୁ ଠାରୁ, ମାନେ ଭରଣ, ପୋଷଣ ଓ ଧାରଣ । ମହାଦେବଙ୍କର ତପସ୍ୟା କଲେ ଅଫୁରନ୍ତ ଆନନ୍ଦ, ସହ୍ୟ, ଧୈର୍ଯ୍ୟ, ଅଧ୍ୟବସାୟ ଓ ବୈଶିଷ୍ଟ୍ୟାନୁପାତିକ ପରିପୋଷଣ ପ୍ରାପ୍ତ ହୁଏ । ସର୍ବଯୋଗ ବା ସର୍ବସିଦ୍ଧିର ଅଧିପତି ମହାଦେବ, ତାଙ୍କର ଅନ୍ୟ ଏକ ନାମ ଯୋଗୀଶ୍ୱର ବା ଯୋଗେଶ୍ୱର । ସକଳ ବୋଧ, ଦର୍ଶନ ଓ ଜ୍ଞାନ ତାଙ୍କର ଅଧିଗତ । ତାଙ୍କର ଅନ୍ୟ ଏକ ନାମ ପଶୁପତି ଅର୍ଥ ସେ ଜ୍ଞାନ ଓ ଦର୍ଶନର ଅଧିପତି । ସୁସ୍ଥ ଦେହ ଓ ମନ ନେଇ ବଞ୍ଚôବା ଓ ବଢ଼ିବାର କୌଶଳ ଶିବଙ୍କର ଅଧିଗତ ଏବଂ ତାଙ୍କର ଅନ୍ୟ ଏକ ନାମ ବୈଦ୍ୟନାଥ । ମହାଦେବଙ୍କ ବୃଷଭ ବାହନ ଅର୍ଥ ହେଲା ବୃଷଭ ହେଉଛି ଧର୍ମର ପ୍ରତୀକ । ସେ ଚତୁଷ୍ପଦ । 
ଡା.ଉମେଶ ଚନ୍ଦ୍ର ପାର୍ତ୍ର,ମୋ : ୯୪୩୭୦୫୧୯୫୭